ଅର୍ଥ : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ଉଦାହରଣ :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
ସମକକ୍ଷ : ଅବକାଶ
ଅର୍ଥ : କାମ କରିବା ସମୟର ସମାପ୍ତି
ଉଦାହରଣ :
ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି
ଅର୍ଥ : କାହାର କାମ ନକରିବା ବା କାମଉପରେ ଉପସ୍ଥିତ ନହେବା କ୍ରିୟା
ଉଦାହରଣ :
ସୋମବାର ଦିନ ମୁଁ ଛୁଟି ନେବି ଆଉ ବୁଲିବାକୁ ଯିବି
ଅର୍ଥ : କୌଣସି କାର୍ଯ୍ୟ ମଝିରେ ମିଳୁଥିବା ଅବସର
ଉଦାହରଣ :
କାର୍ଯ୍ୟର ଅବସର ସମୟରେ ଶ୍ରମିକନେତା ଶ୍ରମିକମାନଙ୍କ ସହିତ ବିଚାର ବିମର୍ଶ କଲେ
ସମକକ୍ଷ : କାର୍ଯ୍ୟ ଅବସର